The Topmost

“The eyes believe themselves, the ears believe other people.”

ପୃଥିବୀକୁ ଫେରିଆସିଲା ଆର୍ଟେମିସ-୧

ସଫଳ ହେଲା ନାସାର ମୁନ ମିଶନ । ରବିବାର ରାତି ୧୧ଟା ୧୦ ମିନିଟରେ ପୃଥିବୀକୁ ଫେରିଆସିଲା ଆର୍ଟେମିସ-୧ । ୨୫ ଦିନ ୧୦ ଘଣ୍ଟା ୫୩ ମିନିଟର ଯାତ୍ରା ସାରି ଫେରିଲା ନାସା SLS ରକେଟ୍ । ୧.୪ ମିଲିୟନ ମାଇଲ ଯାତ୍ରା କରିଛି ଆର୍ଟେମିସ-୧ । କେନେଡି ସ୍ପେସ ଷ୍ଟେସନରୁ ଏହି ରକେଟ୍‌ ଉତକ୍ଷେପଣ କରାଯାଇଥିବା ବେଳେ, ଏହା କାଲିଫର୍ଣ୍ଣିଆ ସମୁଦ୍ରରେ ଅବତରଣ କରିଛି । ଚନ୍ଦ୍ରପୃଷ୍ଠରୁ ପୃଥିବୀ ଫେରିଥିବା ଏହି ରକେଟ ଲାଟେଷ୍ଟ ଟେକ୍ନୋଲୋଜି ସ୍କିପ୍ ଏଣ୍ଟ୍ରି ଟେକନିକରେ ଲ୍ୟାଣ୍ଡ କରିଛି । ଏହି ପ୍ରକ୍ରିୟାରେ ତିନିଟି ପର୍ଯ୍ୟାୟ ରହିଥିଲା । ପ୍ରଥମେ ଏହା ପୃଥିବୀ ବାୟୁମଣ୍ଡଳର ଉପରିଭାଗରେ ପ୍ରବେଶ କରିଥିଲା । ଏହାପରେ କ୍ୟାପସୁଲ ସାହାଯ୍ୟରେ ବାୟୁମଣ୍ଡଳ ବାହାରକୁ ଆସି ପୁଣି ପାରାଚ୍ୟୁଟ ଯୋଗେ ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ସ୍କିପ ଏଣ୍ଟ୍ରି ବେଳେ ସ୍ପେସକ୍ରାଫ୍ଟ ଓ କ୍ରୁ ମଡ୍ୟୁଲ ଅଲଗା ହୋଇଥିଲା । ତେବେ ଆର୍ଟେମିସ-୧ ନାସା ମୁନ ମିସନର ଟେଷ୍ଟ ଫ୍ଲାଇଟ ।