ପୁଣି ହସିବ ଶିଳ୍ପ ନଗରୀ ଚୌଦ୍ବାର । ପୂର୍ବ ସ୍ଥିତିକୁ ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ବପ୍ନର ନଗରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ଉଦ୍ୟମ । ୩ହଜାର କୋଟି ନିବେଶ କରିବ ଓ୍ବେଲ୍ ସ୍ପନ୍ କମ୍ପାନୀ । ସ୍ବାଧୀନ ପୂର୍ବ ଭାରତର କମ୍ପାନୀ ହେଉଛି ଓଡ଼ିଆ ଟେକ୍ସଟାଇଲ ମିଲ୍। ଇଂରେଜ ଶାସନକାଳରେ ୧୯୪୬ ମସିହା ଓଟିମକୁ ସ୍ଥାପନ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଯାହାର ଉତ୍ପାଦନ ୧୯୫୦ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ୧୯୮୦ ଦଶକରେ ଓଟିମ୍ ସରକାରଙ୍କ ଅଧିନକୁ ଆସିଥିଲା । ଦୀର୍ଘ ବର୍ଷ ଚାଲିବା ପରେ ଏହି କାରଖାନା ୨୦୦୧ ଜୁଲାଇ ୩୧ ବିଧିବଦ୍ଧ ଭାବେ ବନ୍ଦ ହୋଇଯାଇଛି । କମ୍ପାନୀ ବନ୍ଦ ହେବା ପରେ ୪୦ ହଜାର ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ରୋଜଗାର ହରାଇଥିଲେ। କିନ୍ତୁ ପୁଣି ଏହି ଶିଳ୍ପ ନଗରୀକୁ ଫେରିଛି ଶିଳ୍ପ। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ସମ୍ଭବ ହୋଇପାରିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା