ଭାରତ ଓ ଚୀନ୍ ମଧ୍ୟରେ ସୀମାରେ ଉତେଜନା ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଭଲ ଖବର । ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଦୁଇ ଦେଶର ସେନା ସୈନ୍ୟ ଅପସାରଣ ଆରମ୍ଭ କରିଥିବାର ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ ପରେ ଏହି ସୈନ୍ୟ ଅପସାରଣ ହୋଇଛି । ଉଭୟ ଦେଶ ପକ୍ଷରୁ ଏକ ମିଳିତ ବିବୃତିରେ ଏହି ସୂଚନା ଜାରି କରାଯାଇଛି । ୨୦୨୦ ଏପ୍ରିଲ ମାସରୁ ଲାଇନ୍ ଅଫ୍ ଏକଚୁଆଲ କଂଟ୍ରୋଲ ବା ଏଲଏସିରେ ଉତ୍ତେଜନା ଲାଗି ରହିଛି । ଏହି ସଂଘର୍ଷ ପରେ ଉତ୍ତେଜନା କମାଇବାକୁ ଉଭୟ ଭାରତ ଓ ଚୀନ କୂଟନୈତିକ ଆଲୋଚନା ଆରମ୍ଭ କରିଥିଲେ । ଏପରିକି ରୁଷରେ ଉଭୟ ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ଗଲୱାନ ଘାଟି ଓ ପାଙ୍ଗଙ୍ଗ ସୋ ନିକଟରେ ଉଭୟ ଦେଶ ସେନା ଅପସାରଣ କରିଥିଲେ । ହେଲେ ଅନ୍ୟ କିଛି ଜାଗାରେ ଉଭୟ ସେନା ମୁତୟନ ରହିଥିଲେ । ତେବେ ଏହାକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଲଗାତର ଭାବେ ଆଲୋଚନା ଜାରି ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍