The Topmost

“The eyes believe themselves, the ears believe other people.”

ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ

ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତ । ହାଇଦ୍ରାବାଦ ଇରାବଳି ସ୍ଥିତ ଫାର୍ମହାଉସରେ ଖସି ପଡିଯିବା ପରେ ତାଙ୍କୁ ଗତକାଲି ରାତି ୨ଟା ସମୟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେ. ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ହାଡ଼ରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି । ତାଙ୍କର ଅଣ୍ଟାରେ ଅସ୍ତ୍ରୋପଚାର ହୋଇପାରେ ବୋଲି ଡାକ୍ତର ପରାମର୍ଶ କରିଛନ୍ତି । ୬୯ ବର୍ଷୀୟ କେ. ଚନ୍ଦ୍ରଶେଖର ରାଓ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଗତ ୩ ଦିନ ଧରି ନିଜ ଦଳର ନେତା ଓ ପ୍ରଶଂସକଙ୍କୁ ସାକ୍ଷାତ କରୁଥିଲେ । ଗତକାଲି ମଧ୍ୟ ସେ କିଛି ଲୋକଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଘରେ ପଡ଼ିଯାଇଥିଲେ କେ. ଚନ୍ଦ୍ରଶେଖର ରାଓ । ୨୦୧୪ ଠାରୁ ୨୦୨୩ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଥିଲେ ।ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରିବା ପରେ କେସିଆର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେଲଙ୍ଗାନାର ଗଜୱେଲ ଆସନରୁ ଚଳିତ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କେସିଆର । ଭାରତୀୟ ରାଷ୍ଟ୍ର ସମିତି ବିଧାନସଭା ନିର୍ବାଚନରେ ୩୯ ସିଟରେ ବିଜୟ ସହ ବିରୋଧୀ ଦଳର ସ୍ଥାନ ନେଇଛି ।