କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ଏକ ନୂଆ ବ୍ୟବସ୍ଥା ଯୋଡ଼ି ହୋଇଛି । ବିଏସଏଫରେ ଖାଲିପଦପୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି । ସୀମା ସୁରକ୍ଷା ବଳ, ଜେନେରାଲ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ ୨୦୧୫ ସଂଶୋଧନ କରି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ମାର୍ଚ୍ଚ ୯ରୁ ଲାଗୁ କରାଯାଇଛି । ଅଗ୍ନିବୀର ଯୋଜନାରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ଖାଲି ସ୍ଥାନ ସଂରକ୍ଷଣ ରଖାଯାଇଛି । ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବୟସ ସୀମା ୫ବର୍ଷ ଏବଂ ଅନ୍ୟମାନଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛିସ। ସେହିପରୀ ପୂର୍ବତନ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବନି । ବିଜ୍ଞପ୍ତିରେ ଏହା କୁହାଯାଇଛି । ଗତ ଜୁନ୍ ୧୪ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ