The Topmost

“The eyes believe themselves, the ears believe other people.”

ପୂରଣ ହେବ ଖାଲି ପଡ଼ିଥିବା ଡ଼ାକ୍ତର ପଦବୀ

ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । OPSC ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା  । ୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି ହୋଇଛି  । ୧୮ ଅଗଷ୍ଟରୁ ସେପ୍ଟେମ୍ବର ୧୮ ମଧ୍ୟରେ ଆବେଦନ କରିପାରିବେ ଆଗ୍ରହୀ ଡାକ୍ତରୀ ଛାତ୍ର । ST ପ୍ରାର୍ଥୀଙ୍କ ପାଇଁ ୨୪୬୫,  SC ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦ ସଂରକ୍ଷିତ ଥିବାବେଳେ SEBC ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ରହିଛି  । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦୦ପଦବୀ ସଂରକ୍ଷିତ ରହିଛି  ।