ଚଳିତବର୍ଷ ରଷିଆନ୍ ପ୍ୟାଲେସ୍ରେ ପୂଜା ପାଇବେ ମା’ । ସୁନା, ରୁପା ଅଳଙ୍କାରରେ ଆଭୂଷିତ ହେବେ ଜଗତଜନନୀ । ଏହାସହ ମୁଖ୍ୟ ଆକର୍ଷଣ ପାଲଟିବ ସିନ୍ଦୂର ଖେଳ । ଶୈଳଶ୍ରୀବିହାର ଫେଜ୍-୭ ଦୁର୍ଗାପୂଜା ସମିତି ପକ୍ଷରୁ ମହାଆଡ଼ମ୍ବରରେ ମା’ଙ୍କ ପୂଜା କରାଯାଉଛି । ସିନ୍ଦୂର ଖେଳ ପାଇଁ ଜଣାଶୁଣା ଏହି ପୂଜାରେ ଏଥର ଏଠାରେ ମୁଖ୍ୟ ଆକର୍ଷଣ ପାଲଟିବ ରଷିଆନ୍ ପ୍ୟାଲେସ ଢାଞ୍ଚାର ତୋରଣ । ରଷିଆନ୍ ପ୍ରାସାଦରେ ମା’ ପୂଜା ପାଇବେ । ଢେଙ୍କାନାଳରୁ ଆସିଥିବା ୧୨କାରିଗର ଓ ସେମାନଙ୍କ ସହଯୋଗୀମାନେ ଏହି ସୁନ୍ଦର ଆକର୍ଷଣୀୟ ତୋରଣ ତିଆରି କରୁଛନ୍ତି । ତେବେ ଏହି ତୋରଣ ତିଆରି ପାଇଁ ଅଢ଼େଇ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି । ସେପଟେ ଜୋରସୋରରେ ଆଗେଇ ଚାଲିଛି ମା’ଙ୍କ ମୂର୍ତ୍ତି ତିଆରି କାମ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା