ପୁଲିସ ସୂଚନଦାତା ଦର୍ଶାଇ ଜଣକୁ ହତ୍ୟା କଲେ ନକ୍ସଲ । ସୀମାନ୍ତ ବର୍ଷାଗାଓଁ ଥାନା ଅନ୍ତର୍ଗତ ବଢହାଗାଓଁ ଗାଁରେ ଘଟିଛି ଏଭଳି ଅଘଟଣ । ଉକ୍ତ ଗାଁର ରାମଲଲ ପୋଟାଇକୁ ନକ୍ସଲ ପୁଲିସ ସୂଚନଦାତା କହି ନିର୍ମମ ଭାବେ ହତ୍ୟା କରିଛନ୍ତି । ପ୍ରାୟ ୨୦ ଜଣ ସଶସ୍ତ୍ର ନକ୍ସଲ ଗାଁରେ ପଶି ରାମଲଲକୁ ଘରୁ ଅପହରଣ କରିନେଇଥିଲେ । ପରେ ଗାଁ ନିକଟରେ ହିଁ ତାକୁ ନିର୍ଧୁମ ପିଟିଥିଲେ । ପୁଲିସକୁ ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ଦେଉଥିବା କହି ଧାରୁଆ ଅସ୍ତ୍ରରେ ବେକ କାଟି ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ରାମଲାଲର ମୃତ୍ୟୁ ହୋଇଯାଇଥିଲା । କେବଳ ସେତିକି ନୁହେଁ ମୃତଦେହ ନିକଟରେ ପୋଷ୍ଟର ଛାଡିଛନ୍ତି ନକ୍ସଲ । ଏଥିରେ କାହିଁକି ରାମଲଲକୁ ହତ୍ୟା କରାଗଲା ସେ ନେଇ ସୂଚନା ଦେଇଛନ୍ତି । ଉକ୍ତ ପୋଷ୍ଟରରେ ପୁଲିସ ଇନ୍ଫୋର୍ମର ହେଲେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଉଲ୍ଲେଖ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା