ପୁରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ସଡନ ଡେଥରେ ବେଲଜିୟମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିୟନ ହୋଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ ଓ ୧୦ ମିନିଟରେ ଦ୍ୱିତୟ ଗୋଲ ସ୍କୋର କରି ମ୍ୟାଚରେ ୨-୦ରେ ଆଗୁଆ ହୋଇଥିଲା । ପ୍ରଥମ କ୍ୱାଟରରେ ଜର୍ମାନୀ ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ସୁଯୋଗକୁ ଗୋଲରେ ପରିଣତ କରିପାରିନଥିଲା । ୨୯ ମିନିଟରେ ଜର୍ମାନୀ ଦଳରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ । ତୃତୀୟ କାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ସ୍ଥିତିକୁ ବରାବର କରିଥିଲେ । ୪୮ ମିନିଟରେ ଜର୍ମାନୀ ଅଧିନାୟକ ଆଉ ଏକ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିନେଇଥିଲେ । ପରେ ବେଲଜିୟମ ଏକ ପେନାଲଟି କର୍ଣ୍ଣର ସହାୟତାରେ ସ୍ଥିତିକୁ ବରାବର କରିଥିଲା ।
“The eyes believe themselves, the ears believe other people.”
More Stories
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ
ଓଡିଶାରେ ବଦଳିବ ଖେଳାଳିଙ୍କ ଭାଗ୍ୟ, 30 ଜିଲାରେ ଖେଲୋ ଇଣ୍ଡିଆ ସେଣ୍ଟର