The Topmost

“The eyes believe themselves, the ears believe other people.”

braclate for men

ପୁରୁଷଙ୍କ ପାଇଁ ବ୍ରେସଲେଟ୍‌

ଖାଲି ଯେ ମହିଳାଙ୍କୁ ଗହଣାର ସଉକ ରହିଛି ଏହା ନୁହେଁ । ପୁରୁଷଙ୍କର ମଧ୍ୟ କିଛି ହାଲୁକା ଫୁଲକା ଜୁଏଲାରୀ ରହିଛି, ଯାହା ସେମାନଙ୍କୁ ଫାଶନେବୁଲ୍‌ କରିଥାଏ  । ତେବେ ପୁରୁଷଙ୍କ ଜୁଏଲାରୀରେ ଅନେକ ବାଛ ବିଚାର ରହିଥାଏ । କାରଣ ପୁରୁଷମାନେ ଅଧିକ ଜୁଏଲାରୀ ପିନ୍ଧିବାକୁ ଭଲ ପାଆନ୍ତି ନାହିଁ । ସେମାନେ କେବଳ ଘଣ୍ଟା,ରିଙ୍ଗ ଓ ଇୟରରିଂ ପିନ୍ଧିବାକୁ ପସନ୍ଦ କରନ୍ତି । ତେବେ ଆଜିକାଲି ପୁଅଙ୍କର ଏକ ନୂଆ ଟ୍ରେଣ୍ଡ ଆସିଛି ବ୍ରେସ୍‌ଲେଟ୍‌ର । ସମସ୍ତେ ଏବେ ବ୍ରେସଲେଟ୍‌ ପିନ୍ଧିବାକୁ ଭଲ ପାଉଛନ୍ତି । ଏହା ସେମାନଙ୍କୁ ଷcାଇଲିସ୍‌ ଓ କ୍ଲାସି ଲୁକ୍‌ ଦେଇଥାଏ  । ଆଜିକାଲି ବଜାରରେ ଅନେକ ଡିଜାଇନ୍‌ର ବ୍ରେସ୍‌ଲେଟ୍‌ ମିଳୁଛି ।
ବେଡେଡ୍‌ ବ୍ରେସ୍‌ଲେଟ୍‌
ଏହି ବ୍ରେସ୍‌ଲେଟ୍‌ ଗୁଡିକ ସିମ୍ପୁଲ୍‌ ହେବା ସହ କ୍ଲାସି ହୋଇଥାଆନ୍ତି । ଏହା ପିନ୍ଧିବାକୁ ବେଶ୍‌ ଆରାମ ଦାୟକ ହୋଇଥାଏ । ଏହା ଫର୍ମାଲ ହେଉ କିମ୍ବା କାଜୁଆଲ ଡ୍ରେସ୍‌ ସବୁଥିରେ ମ୍ୟାଚ୍‌ କରି ଆପଣ ପିନ୍ଧିପାରିବେ । ଏହାକୁ ଜଣେ ନିଜ ରାଶି ସହ ମଧ୍ୟ ମ୍ୟାଚକରି ପିନ୍ଧିପାରିବେ । ଏହି ବ୍ରେସ୍‌ଲେଟ୍‌ରେ ରୁଦ୍ରାକ୍ଷର ବ୍ୟବହାର ଅଧିକ ହୋଇଥାଏ ।
ଚାର୍ମ ବ୍ରେସଲେଟ୍‌
ଏହା ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଫେମସ୍‌ । ଏହି ବ୍ରେସ୍‌ଲେଟ୍‌ ତାକୁ ପିନ୍ଧିଥିବା ବ୍ୟକ୍ତିଙ୍କର ଜୀବନ ସମ୍ପର୍କରେ ସୂଚାଇଥାଏ । ଏହା ବ୍ୟକ୍ତିତ୍ୱ ହିସାବରେ ପିନ୍ଧାଯାଇଥାଏ । ସେହିଭଳି ଏହି ବ୍ରେସ୍‌ଲେଟ୍‌ର ଚାର୍ମକୁ ଯେତେବେଳେ ଚାହିଁବେ ବଦଳାଇ ମଧ୍ୟ ପାରିବେ । ସହଜରେ ଏହାକୁ କାଢିବା ସହ ବ୍ରେସ୍‌ଲେଟ୍‌ର ଲୁକ୍‌ ଚେଞ୍ଜ କରାଯାଇପାରିବ ।
ସିଲ୍‌ଭର୍‌ ବ୍ରେସ୍‌ଲେଟ୍‌
ବ୍ରେସଲେଟ୍‌ ଅନେକ ପଦାର୍ଥରୁ ତିଆରି କରାଯାଇଥାଏ । ସେଥିମଧ୍ୟରୁ ରୂପା ସର୍ବଦା ଆଗରେ ରହିଥାଏ । ରୁପା ବ୍ରେସଲେଟ୍‌ ସର୍ବଦା ସମସ୍ତଙ୍କର ପସନ୍ଦ ଆସିଥାଏ । ଯେଉଁମାନଙ୍କର ପରମ୍ପରା ଏବଂ ରୀତିନୀତି ଉପରେ ଗଭୀର ବିଶ୍ୱାସଥାଏ ସେମାନେ ଏହାକୁ ବେଶି ପସନ୍ଦ କରନ୍ତି । ସେହିଭଳି ଯଦି ଜଣେ ଚାହିଁବେ ତେବେ ଠାକୁର କିମ୍ବା କୌଣସି କଥା ଲେଖିବାକୁ ଚାହିଁବେ ଏଥିରେ ଲେଖିପାରିବେ ।

braclate for men
braclate for men

https://thetopmost.in/?p=1779

https://thetopmost.in/?p=1761

https://thetopmost.in/?p=1523

https://thetopmost.in/?p=2043

https://thetopmost.in/?p=1754