ଏଣିକି ଦଶମ ଶ୍ରେଣୀରେ ଥରେ ବୋର୍ଡ ପରୀକ୍ଷା ଦେଇପାରନ୍ତି ପରୀକ୍ଷାର୍ଥୀ । ପୁରୁଣା ଢାଞ୍ଚାକୁ ଫେରିପାରେ ମାଟ୍ରିକ୍ ପରୀକ୍ଷା । ସମେଟିଭ ଆସେସମେଂଟ -୧ ଓ ସମେଟିଭ ଆସେସମେଂଟ ୨ ମିଶି ଗୋଟିଏ ପରୀକ୍ଷା ଦେଇପାରନ୍ତି ଶିକ୍ଷାର୍ଥୀ । ଏ ସମ୍ପର୍କରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ କଟକ ସ୍ଥିତ ବୋର୍ଡ କାଯ୍ୟାଳୟରେ ଗତକାଲି ସୂଚନା ଦେଇଛନ୍ତି । କୋଭିଡ ମହାମାରୀ ସମୟରେ ପୂର୍ବପ୍ରଚଳିତ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ପରିବବର୍ତନ କରାଯାଇଥିଲା । କୋଭିଡ ମହାମାରୀ ଯୋଗୁଁ ୨୦୨୦ ମସିହାରେ ଶ୍ରେଣୀଗୃହରେ ପାଠପଢା ଉପରେ ରୋକ୍ ଲାଗିଥିଲା । ଏମିତିକି ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲେ ଛାତ୍ରଛାତ୍ରୀ । ସେହିପରି ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ବୋର୍ଡ ତରଫରୁ ପାଠ୍ୟକ୍ରମକୁ ମଧ୍ୟ କମାଯାଇଥିଲା । ତେବେ ନୂଆ ପରୀକ୍ଷା ଢାଞ୍ଚାକୁ ନେଇ ଖୁବଶୀଘ୍ର ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ମଧ୍ୟ କୁହାଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା