ପୁରୀ ଓ କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ । ଭର୍ଚୁଆଲ ମୋଡରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ଷ୍ଟେସନର ଆଧୁନିକୀକରଣ ପରେ ରେଳଯାତ୍ରୀଙ୍କୁ ମିଳିବ ବିଶ୍ୱସ୍ତରୀୟ ଅନୁଭୂତି । ରେଳଯାତ୍ରୀଙ୍କ ପାଇଁ ସବୁପ୍ରକାର ସୁବିଧା ରହିବ ଏହି ଦୁଇ ରେଳ ଷ୍ଟେସନରେ । ସୂଚନା ଅନୁସାରେ, ଏଥିପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ନବୀକରଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସମୟ ସୀମା ଧାର୍ଯ୍ୟ କରାଯାଇଛି । ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ରେଳ ଷ୍ଟେସନରେ ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିବ । ଆଧୁନୀକରଣ ପରେ କେମିତି ଦେଖାଯିବ ପୁରୀ ଓ କଟକ ରେଳଷ୍ଟେସନ, ତା’ର ଚିତ୍ର ପ୍ରକାଶ ପାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍