ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ଆଜି ଏନେଇ ପୁରୀ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଥିଲା ରଥକାଠ। ୩ଟି ଟ୍ରକ୍ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୦୨ ଖଣ୍ଡ ରଥକାଠ ପହଞ୍ଚିଥିଲା। ସେଥିରୁ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ରହିଥିବା ସୂଚନା ମିଳିଛି । ଆଗାମୀ ୧୪ ତାରିଖରେ ପବିତ୍ର ଶ୍ରୀପଞ୍ଚମୀ ଦିନ ରଥ କାଠ ପୂଜନ କରାଯିବ। ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି। ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚିହ୍ନଟ ନେଇ ଗତ ବର୍ଷ ଡିସେମ୍ବର ୩୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିମ ଯାଇ ଚିହ୍ନଟ କରିଥିଲେ। ଅବଶିଷ୍ଠ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚାଯିବ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ