The Topmost

“The eyes believe themselves, the ears believe other people.”

ପୁରୀରେ ଚାଲିଛି ନଡ୍ଡାଙ୍କ ପାଠଶାଳା

ପୁରୀରେ ଆରମ୍ଭ ହେଲା ନଡ୍ଡାଙ୍କ ପାଠଶାଳା । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କଲେ ଜେ.ପି ନଡ୍ଡା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ବେଳେ ସାମିଲ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ସ୍ବାମୀ ନାରାୟଣ ମନ୍ଦିରରେ ଆଜି ଠାରୁ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଚାଲିବାକୁ ଥିବା ବେଳେ ବିଜେପିର ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ କେମିତି ରଖାଯିବ ? କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ ଜନପ୍ରତିନିଧି ଓ ନେତା, କେମିତି ଲୋକଙ୍କ ସହ ଉତ୍ତମ ମନ୍ତବ୍ୟ ରଖିବେ ସେନେଇ ନଡ୍ଡାଙ୍କ ଠାରୁ ତାଲିମ ନେବେ ନେତା ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ନଡ୍ଡା ତାଲିମ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ଏହି ପ୍ରଶିକ୍ଷଣ ଶିବିର ।

SHARE BY