ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମେଘାଳୟର ନିର୍ବାଚନ ଦାୟିତ୍ୱ ଦେଲେ ଦିଦି । ସୋମବାର ଠାରୁ ଟିଏମସିର ମିଶନ ମେଘାଳୟ ଅଧୀନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ରାଜ୍ୟ ଗସ୍ତରେ ଅଛନ୍ତି । ତାଙ୍କ ସହ ଅଛନ୍ତି ପୁତୁରା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ । ଏହି ଗସ୍ତ ବେଳେ ଶିଲଙ୍ଗରେ ଏକ ଦଳୀୟ ବୈଠକରେ ମମତା ବାନାର୍ଜୀ ଅଭିଷେକ ବାନାର୍ଜୀଙ୍କୁ ମେଘାଳୟର ନିର୍ବାଚନ ଦାୟିତ୍ୱ ଦେଇ କହିଛନ୍ତି, ‘ମୁଁ ଆପଣଙ୍କୁ ଭଉଣୀ ଭାବରେ ଏବଂ ଅଭିଷେକ ଆପଣଙ୍କୁ ଭାଇ ଭାବରେ ସାହାଯ୍ୟ କରିବା ସହ ଆପଣଙ୍କୁ ପରାମର୍ଶ ଦେଇ ପାରିବୁ । ଅଭିଷେକ ବାନାର୍ଜୀ ବହୁତ ଭଲ ଏବଂ ସେ ମେଘାଳୟର ଯତ୍ନ ନେଉଛନ୍ତି । ଯେତେବେଳେ ସେ ମତେ ଡାକିବେ ମୁଁ ଏଠାକୁ ଆସିବି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ