ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଅଭିଯୁକ୍ତ ଭାବେ ଇଡି ହେପାଜତରେ ଥିବା ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଇଡି ତରଫରୁ ସିସୋଦିଆଙ୍କୁ ଆଜି କୋର୍ଟରେ ହାଜର କରାଯାଇ ପୁଣି ୭ଦିନ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ଇଡି ରିମାଣ୍ଡକୁ ୫ଦିନ ବଢାଇ ଦେଇଛନ୍ତି । ଏବେ ସିସୋଦିଆଙ୍କୁ ଇଡି ପୁଣି ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ହାଜର କରିବ । ସେପଟେ ସିସୋଦିଆଙ୍କ ଓକିଲ କୋର୍ଟକୁ କହିଛନ୍ତି କି ଜେରା ନାମରେ ଇଡି ସିସୋଦିଆଙ୍କୁ କେବଳ ଏଠି ସେଠି ବସାଉଛି ଓ ଗତ ୭ଦିନ ମଧ୍ୟରେ କେବଳ ୧୧ ଘଣ୍ଟା ପଚରା ଉଚରା କରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ