ହଙ୍ଗାମା ଓ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ । ତେବେ ଲୋକସଭା ଅଧ୍ୟକ୍ଷ ୪ କଂଗ୍ରେସ ସାଂସଦଙ୍କୁ ଗୃହ ଭିତରେ ବିରୋଧ ପ୍ରଦର୍ଶନ କରୁଥିବାରୁ ନିଲମ୍ବିତ କରିଥିଲେ । ଆଜି ମଧ୍ୟ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦର ମୌସୁମୀ ଅଧିବେସନ ସମୟରେ ଗୃହର ୱେଲରେ ପ୍ରବେଶ କରିବା ଏବଂ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ସାଂସଦଙ୍କୁ ସପ୍ତାହ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ନିଲମ୍ବିତ କରାଯାଇଥିବା ସାଂସଦମାନଙ୍କ ମଧ୍ୟରେ ସୁଷ୍ମିତା ଦେବ, ଡା. ଶାନ୍ତନୁ ସେନ, ଡୋଲା ସେନ, ରହିମ ଏବଂ ଶିବଦାସାନ (ବାମଦଳ), କାନିମୋଝୀ (ଡିଏମକେ), ବିଏଲ ଯାଦବ (ଟିଆରଏସ) ଏବଂ ମହମ୍ମଦ ଅବଦୁଲ୍ଲା ସାମିଲ ଅଛନ୍ତି । ବିରୋଧୀ ସାଂସଦଙ୍କ ହଙ୍ଗାମା କାରଣରୁ ଉଚ୍ଚ ସଦନର କାର୍ଯ୍ୟବାହୀ ୨୦ ମିନିଟ ପାଇଁ ସ୍ଥଗିତ ରହିଥିଲା । ସୂଚନା ଅନୁସାରେ ଦରଦାମ ବୃଦ୍ଧି ଏବଂ ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ଲଗାଯିବାକୁ ନେଇ ବିରୋଧୀ ସାଂସଦମାନେ ପ୍ଲାକାର୍ଡ ଧରି ସଂସଦର ଉଭୟ ଗୃହରେ ବିରୋଧ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ