ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍ର ଯୁଦ୍ଧ ବିମାନ । ଅରୁଣାଚଳପ୍ରଦେଶ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରାଗନ । ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ସଂଖ୍ୟା ମଧ୍ୟ ବଢ଼ାଇଛି ଚୀନ୍ । ସାଟେଲାଇଟ୍ ଫଟୋରୁ ଚୀନ୍ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି । ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନ୍ର ପ୍ରାୟ ୩୦୦ ସୈନ୍ୟ ପ୍ରବେଶ କରି ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲେ । ତେବେ ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ଯବାନ ଆହତ ହୋଇଥିଲେ । ସଂଘର୍ଷ ପରେ ଚାଇନା ସୈନ୍ୟ ଫେରି ଯାଇଥିଲେ ହେଁ ପୁନର୍ବାର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ