ପୁଣି ଶ୍ରୀଲଙ୍କାରେ ଲାଗୁ ହେଲା ଜରୁରୀକାଳୀନ ପରିସ୍ଥିତି । ୪ମାସ ଭିତରେ ୬ଥର ପାଇଁ ଲାଗିଲାଣି ଏମରଜେନ୍ସି । କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ଏମରଜେନ୍ସି ଲଗାଇଛନ୍ତି । ରାଜପତ୍ର ଜାରି କରି ବିକ୍ରମସିଂଘେ କହିଛନ୍ତି ଯେ ଦେଶର ଭୟଙ୍କର ଆର୍ଥିକ ସଙ୍କଟ ଓ ଅରଜକତାକୁ ଦୃଷ୍ଟିରେ ରଖି ଏମରଜେନ୍ସି ଘୋଷଣା କରାଯାଉଛି । ସେପଟେ ଜୁଲାଇ ୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କା ସଂସଦ ଭବନରେ ପ୍ରସ୍ତୁତି ଚାଲିଛି । ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତପା ଦେବା ପରେ ଶ୍ରୀଲଙ୍କାରେ ନୂଆ ସରକାର ଗଠନ ପାଇଁ ଜୋରଦାର ହେଉଛି ପ୍ରସ୍ତୁତି । ଅନ୍ୟପଟେ ମଙ୍ଗଳବାର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା କରାଯିବ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର