The Topmost

“The eyes believe themselves, the ears believe other people.”

ପୁଣି ଶିମିଳିପାଳ ପାଦଦେଶରୁ ୯ଟି ଦେଶୀ ବନ୍ଧୁକ ଜବତ

ପୁଣି ଶିମିଳିପାଳ ପାଦଦେଶରୁ ୯ଟି ବନ୍ଧୁକ ଜବତ । ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ଚାଲିଥିବା ତଲାସୀ ଅଭିଯାନରେ ପୁଣି ୯ଟି ବନ୍ଧୁକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ଶିମିଳିପାଳ ପାଦଦେଶର ଗାଁଗୁଡିକରେ ଚଢାଉ ହୋଇଥିଲା । ତେବେ ଶିକାର ଉଦ୍ଦେଶ୍ୟରେ ଥିବା ବନ୍ଧୁକ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ବେଳେ ପୁଲିସ ୯ଟି ଦେଶୀ ବନ୍ଧୁକ ଜବତ କରିଛି । ସେଥିରୁ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି । ଆସନ୍ତାକାଲି ମଧ୍ୟରେ ଶିମିଳିପାଳ ପାଦଦେଶରେ ଥିବା ୧୨ଟି ଥାନା ଅଞ୍ଚଳର ଗାଁଗୁଡିକୁ ବନ୍ଧୁକ ସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଛି । ଏହି ସମୟରେ ବନ୍ଧୁକ ନିକଟସ୍ଥ ଥାନାରେ ଆତ୍ମସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ପୁଲିସ ପ୍ରଚାର କରି କହିଛି ।