ପୁଣି ରାଜଧାନୀ ରାଜରାସ୍ତାରେ କୁସ୍ତିଯୋଦ୍ଧା । କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ରେସଲର । ପୂର୍ବରୁ ମଧ୍ୟ ବ୍ରିଜଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧା ଧାରଣାରେ ବସିଥିଲେ । ୭ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାଁରେ ଏତଲା ଦେଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅଢ଼େଇ ମାସ ପୂର୍ବରୁ ଅଭିଯୋଗ ହୋଇଥିଲେ ବି କିଛି ଗଠିତ କମିଟି ପକ୍ଷରୁ କିଛି ଫଇସଲା ନଆସିବାରୁ କୁସ୍ତିଯୋଦ୍ଧା ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ