ପୁଣି ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ୍ ଉପରେ କରିଛି ଘନ ଘନ ମିଶାଇଲ ମାଡ଼ । ରୁଷ ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ମିଶାଇଲ ମାଡ଼ ବେଳେ ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ ସାଇରନ ବାଜି ଉଠିଥିଲା । ରାଜଧାନୀ କିଭ୍ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଏନେଇ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଓଲେକ୍ସି ଆରେଷ୍ଟୋଭିଚ ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ସେଥିରେ ରୁଷ ପକ୍ଷରୁ ୟୁକ୍ରେନର ଅନେକ ଅଞ୍ଚଳରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି । କିଭ୍, ଜାଇଟୋମିର ଏବଂ ଓଡେସାରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ଯୋଗୁ କିଭର ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ପାଖାପାଖି ୧୨୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଥିବା ୟୁକ୍ରେନ କହିଛି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ