ଭାରତ ସହ ବାଣିଜ୍ୟ କାରବାର ଆରମ୍ଭ କଲା ପାକିସ୍ତାନ । ବିପଦରେ ପଡ଼ିବା ପରେ ପୁଣି ଭାରତ କଥା ମନେ ପକେଇଛି ପାକିସ୍ତାନ । ପାକିସ୍ତାନରେ ଭୟଙ୍କର ବନ୍ୟା ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପରେ ଭାରତରୁ ଖାଦ୍ୟ ସାମଗ୍ରୀ ମଗେଇବାକୁ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର । ଭାରତ ସରକାର ଗତ ୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପ୍ରତିବାଦରେ ଭାରତ ସହ ବାଣିଜ୍ୟ କାରବାର ବନ୍ଦ କରିଥିଲା ପାକିସ୍ତାନ । ମାତ୍ର ଭାରତରୁ ବିଭିନ୍ନ ସାମଗ୍ରୀ ଆମଦାନୀ ବନ୍ଦ କରିବା ପରେ ଅନ୍ୟ ଦେଶରୁ ଆମଦାନୀ କରିବା ମହଙ୍ଗା ପଡ଼ିଥିଲା । ଏଥିପାଇଁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଥିଲା । ପୁଣି ଏବେ ଭୟଙ୍କର ବନ୍ୟା ହେବା ପରେ ପାକିସ୍ତାନର ସ୍ଥିତି ଆହୁରି ସାଂଘାତିକ ହୋଇଯାଇଛି । ଏଥିପାଇଁ ପାକିସ୍ତାନରେ ଆଳୁ, ଟମୋଟୋ, ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ଏହା ଫଳରେ ପାକିସ୍ତାନ ସରକାର ବାଧ୍ୟ ହୋଇ ଭାରତ ସହ ବାଣିଜ୍ୟ ସଂପର୍କ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ