‘ଏଲ୍ଭିଏମ୍ଏଚ୍’ର ବର୍ଣ୍ଣାଡ୍ ଅର୍ଣ୍ଣଲ୍ଟ୍ଙ୍କୁ ଟପି ‘ଟେଲ୍ସା’ର ‘ସିଇଓ’ ଏଲନ୍ ମସ୍କ୍ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଥିବା କଥା ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଛି। ପ୍ୟାରିସ୍ ଟ୍ରେଡଙ୍ଗ୍ରେ ବୁଧବାର ଦିନ ଆର୍ଣ୍ଣଲ୍ଟ୍ଙ୍କ ‘ଏଲ୍ଭିଏମ୍ଏଚ୍’ର ସେୟାର୍ ୨.୬% ହ୍ରାସ ପାଇବାରୁ ‘ଏଲ୍ଭିଏମ୍ଏଚ୍’ର ବଜାର ମୂଲ୍ୟ ୧୦% ହ୍ରାସ ପାଇଲା। ଫଳରେ ୭୪ ବର୍ଷିୟ ଫରାସୀ ବ୍ୟବସାୟୀ ଆର୍ଣ୍ଣଲ୍ଟ୍ଙ୍କ ସମ୍ପତ୍ତିରୁ ଗୋଟିଏ ଦିନରେ ୧୧ ବିଲିୟନ୍ ଡଲାର୍ କମିଗଲା । ‘ଲକ୍ଜୁରି ବ୍ରାଣ୍ଡ୍ ଲୁଇ ଭ୍ୟୁଟନ୍’ର ମୂଳ କମ୍ପାନି ‘ଏଲ୍ଭିଏମ୍ଏଚ୍’ ପ୍ରଥମେ ୨୦୨୨ ଡିସେମ୍ବରରେ ମସ୍କ୍ଙ୍କୁ ଅତିକ୍ରମ କରି ଆର୍ଣ୍ଣଲ୍ଟ୍ଙ୍କ ବିଶ୍ବର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେବାର ଗୌରବ ଆଣି ଦେଇଥିଲା। ସେତେବେଳେ ମସ୍କ୍ଙ୍କ ‘ଟେଲ୍ସା’ର ସେୟାର୍ ଦର ଦ୍ରୁତ ବେଗରେ ନିମ୍ନଗାମୀ ହେଉଥିଲା। ବିଶ୍ବର ସବୁଠୁ ଦାମୀ ଇଲେକ୍ଟ୍ରିକ୍ଯାନର ନିର୍ମାତା ଏଲନ୍ ମସ୍କ୍ ୪୪ ବିଲିୟନ୍ ଡଲାର୍ ବିନିମୟରେ ଖରିଦ କରିଥିବା ‘ଟୁଇଟର୍’ ଆଡ଼େ ଅଧିକ ଧ୍ୟାନ ଦେବାରୁ ତାଙ୍କର ସେୟାର୍ ହୋଲ୍ଡର୍ମାନଙ୍କର ‘ଟେଲ୍ସା’ ସେୟାର୍ ପ୍ରତି ଆଗ୍ରହ ରହିଲା ନାହିଁ। ଫଳରେ ଗତବର୍ଷ ତାଙ୍କ ସମୁଦାୟ ସମ୍ପତ୍ତି ୨୦୦ ବିଲିୟନ୍ ଡଲାର୍ ତଳକୁ ଖସିଗଲା।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍