ଡିଜିଟାଲ କମ୍ପାନି ଭାରତପେ’ର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ ନାମରେ ଠକେଇ ଅଭିଯୋଗ ହୋଇଛି । କେବଳ ଅଶନୀର ଗ୍ରୋଭର ନୁହନ୍ତି ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାମରେ ମଧ୍ୟ ଦିଲ୍ଲୀ ପୁଲିସ୍ର ଅପରାଧ ଶାଖା ମାମଲା ରୁଜୁ କରିଛି। ଏଥିସହିତ ଉଭୟ ପତି ଓ ପତ୍ନୀଙ୍କ ବିରୋଧରେ ୮ଟି ଧାରା ଲାଗୁ ହୋଇଛି। କୁହାଯାଉଛି ଅଶନୀର ଓ ତାଙ୍କ ସ୍ତ୍ରୀ କମ୍ପାନିର ୮୧ କୋଟି ଟଙ୍କାକୁ କୌଶଳ କ୍ରମେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଛନ୍ତି। ଗ୍ରୋଭର ନିଜ ସ୍ତ୍ରୀଙ୍କ ସହ ମିଶି କମ୍ପାନି ଟଙ୍କାର ଦୁରୁପଯୋଗ କରୁଥିଲେ। ସେ ନିଜକୁ ଧନୀ କରିବା ଏବଂ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ପୂରଣ କରିବା ପାଇଁ କମ୍ପାନି ଟଙ୍କା ବ୍ୟବହାର କରୁଥିଲେ। ଗ୍ରୋଭରଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟମାନେ ନକଲି ବିକ୍ରେତା ସୃଷ୍ଟି କରିଥିଲେ। ଏହା ମାଧ୍ୟମରେ କମ୍ପାନିର ଖର୍ଚ୍ଚ ଆକାଉଣ୍ଟରୁ ଟଙ୍କା ଉଠାଉଥିଲେ ସେମାନେ । ପୋଲିସ୍ ଏବେ ଏହି ମାମଲାର ଖୋଳତାଡ଼ କରୁଛି। ଯଦି ଏଥିରେ ଗ୍ରୋଭର ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କୁ ଆଜୀବନ କାରଦଣ୍ଡ ହୋଇପାରେ ବୋଲି କୁହାଯାଉଛି।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ