ବିତ୍ତୀୟ ପରିଚାଳନାରେ ଓଡ଼ିଶା ପୁଣି ଏକ ନମ୍ବର । ବଡ଼ ବଡ଼ ରାଜ୍ୟ ପାଇଁ ଆର୍ଥିକ ଶୃଙ୍ଖଳାରେ ଓଡ଼ିଶା ଏବେ ରୋଲ ମଡ଼େଲ ସାଜିଛି । ରିଜର୍ଭ ବ୍ୟାଙ୍କର ନୂଆ ରିପୋର୍ଟରେ ଓଡ଼ିଶା ଅଣଟିକସ ରାଜସ୍ବ ଆଦାୟରେ ଦେଶର ପ୍ରଥମ ସ୍ଥାନ ବଜାୟ ରଖିଛି ବୋଲି କୁହାଯାଇଛି । ସେହିପରି ଋଣହାର ଦେଶରେ ସବୁଠୁ କମ୍ ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଋଣଭାର ଜିଏସଡିପି ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ । ରାଜ୍ୟରେ 5T ସଂସ୍କାର ପାଇଁ ଆର୍ଥିକ ପରିଚାଳନା ଶୃଙ୍ଖଳିତ ହେବା ସହ ସବୁ କ୍ଷେତ୍ରରେ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି । ଲୋକାଭିମୁଖୀ ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପକୁ ରାଜ୍ୟ ସରକାର ଫୋକସ ଦେଇ ପୂରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଶାସକ ଦଳ କହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ