ପୁଣି ବଢ଼ିଲା ଯୁକ୍ତଦୁଇ ନାମଲେଖା ଆବେଦନ ଅବଧି । ଗତକାଲି ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୩୦ ତାରିଖକୁ ବୃଦ୍ଧି କରାଯାଇଛି । ନୂତନ ସୂଚୀ ଅନୁସାରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ୨୦ରୁ ୨୨ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ । ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ପଟ ଆଡମିଶନ । ଅଗଷ୍ଟ ପହିଲାରୁ ଏକାଦଶ ପାଠପଢା ଆରମ୍ଭ ହେବ । ଏପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୧୦୬ଟି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ