The Topmost

“The eyes believe themselves, the ears believe other people.”

ପୁଣି ବଢିପାରେ ନାଇଡୁଙ୍କ ଅଡୁଆ

ପୁଣି ବଢିପାରେ ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଅଡୁଆ । ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ ବିରୋଧରେ ଆନ୍ଧ୍ରପ୍ରଦେଶ ସରକାର କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ନାଇଡୁଙ୍କ ବିରୋଧରେ ଆଗତ ଏହି ଆବେଦନର ଶୁଣାଣି କରିବେ ଜଷ୍ଟିସ ବେଲା ଏମ ତ୍ରିବେଦୀ, ଏସ.ସି. ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ । ଗତ ନଭେମ୍ବର ୨୦ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଖଣ୍ଡପୀଠ ନାଇଡୁଙ୍କୁ ପ୍ରଦାନ କରିଥିଲେ ନିୟମିତ ଜାମିନ । ପୂର୍ବରୁ ଗତ ଅକ୍ଟୋବର ୩୧ରେ ମେଡିକାଲ କାରଣରୁ ନାଇଡୁଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ । ୩୭୧ କୋଟି ଟଙ୍କା ଦୁର୍ନୀତି ମାମଲାରେ ନାଇଡୁଙ୍କୁ ଗତ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ସିଆଇଡି ।