କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଵୋବେଇ ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗର ଛକ ନିକଟ ମୁଖ୍ୟ ରାସ୍ତା କଡ଼ରେ ମାଓ ବ୍ୟାନର ଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀମାନେ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି । ହାତୀ ଗାଁ ସଂରକ୍ଷୀତ ଜଙ୍ଗଲ ମଧ୍ୟରେ ଥିବା ଲଖନପୁର, କୁସୁମପୁର, ନୂଆଗାଁକୁ ତୁରନ୍ତ ହଟାଇବାପାଇଁ ଭା.କ.ପା ମାଓବାଦୀ କମିଟି ପକ୍ଷରୁ ଚେତାବନୀ ଦେଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା