ପୁଣି ଦମ୍ ଦେଖାଇଲା ଦକ୍ଷିଣ କୋରିଆ । ନିଜର ସାମୁଦ୍ରିକ ଅଞ୍ଚଳରେ କ୍ରୁଜ ମିସାଇଲର ପରୀକ୍ଷଣ କରିଛି ନର୍ଥକୋରିଆ । ଏନେଇ ସୂଚନା ଦେଇଛି ସାଉଥକୋରିଆ ମିଲିଟାରୀ । ଗତ ମାସରେ ନର୍ଥ କୋରିଆର ସ୍ପାଏ ସାଟେଲାଇଟ ଉତକ୍ଷେପଣ ବିଫଳ ହେବା ପରେ ଏହି ମିସାଇଲ ପରୀକ୍ଷା କରାଯାଇଛି । ସେପଟେ ନର୍ଥକୋରିଆର ୫ ଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ସାଉଥକୋରିଆ ଜାରି କରିଛି କଟକଣା । ଗତ ଗୁରୁବାର ମଧ୍ୟ ନର୍ଥକୋରିଆ ପକ୍ଷରୁ କେତେକ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଆମେରିକା ଓ ସାଉଥକୋରିଆ ମଧ୍ୟରେ ଚାଲିଥିବା ୧୧ ଦିନିଆ ଉଲଚି ଫ୍ରିଡମ ସିଲ୍ଡ ମିଳିତ ସମରାଭ୍ୟାସକୁ ନର୍ଥ କୋରିଆ ତୀବ୍ର ବିରୋଧ କରିଥିଲା। ଗତ ଗୁରୁବାର ଏହି ମିଳିତ ସମରାଭ୍ୟାସ ଶେଷ ହୋଇଥିଲା । ଏହି ସମରାଭ୍ୟାସରେ ବି-1ବି ବମ୍ବର ସାମିଲ ହୋଇଥିବା ଯୋଗୁ ଉଦବେଗ ପ୍ରକାଶ କରିଥିଲା ନର୍ଥକୋରିଆ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ