ସଚିନ ପାଇଲଟ ପୁଣି ଥରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ସେ ଗେହଲଟଙ୍କ ଉପରେ ହମଲା କରିଛନ୍ତି । ପାଇଲଟ କହିଛନ୍ତି, ସରକାରରେ କାମ କରିବାର ମୋତେ ସୁଯୋଗ ମିଳିଥିଲା । ମୁଁ ସବୁବେଳେ ଅନ୍ୟମାନଙ୍କୁ ସମ୍ମାନ ଦେଇଥାଏ । ଆମ ସମୟରେ ଯଦି କିଛି ଦୋଷତ୍ରୁଟି ଅଛି ତେବେ ଦୋଷ ଦେବା ବଦଳରେ କେମିତି ଏହାକୁ ଠିକ କରାଯାଇପାରିବ ସେଥିପ୍ରତି ଦୃଷ୍ଟିଦେବା ଦରକାର । ରବିବାର ସଚିନ ତାଙ୍କ ବାପା ରାଜେଶ ପାଇଲଟଙ୍କ ପୁଣ୍ୟତିଥିରେ ଦୋସାରେ ଏକ ମୂର୍ତ୍ତିର ଅନାବରଣ କରିଛନ୍ତି । ପାଇଲଟ ଆହୁରି ମଧ୍ୟ କହିଛନ୍ତି, କୌଣସି ପଦରେ ଆମେ ଥାଉ କି ନଥାଉ ଜନତା କିନ୍ତୁ ସବୁ ଦେଖୁଛନ୍ତି ଆଉ ହିସାବ କରୁଛନ୍ତି । ମୁଁ ଗତ ୨୫ ବର୍ଷରେ ଏଭଳି କିଛି କାମ କରିନାହିଁ ଯେଉଁ କାରଣରୁ ଲୋକଙ୍କ ବିଶ୍ୱାସ ମୋ ପ୍ରତି କମିଯିବ ।
“The eyes believe themselves, the ears believe other people.”
More Stories
କଣ ଏହି ୱାକଫ୍, କାହିଁକି ଧରିଛି ଚର୍ଚ୍ଚା
ଭିତରେ ଘମାଘୋଟ ଲଢେଇ ବାହାରେ ରଫା ଦଫା
ଲୋକଙ୍କ ଦୁଃଖ ଶୁଣିଲେ ମୋହନ