The Topmost

“The eyes believe themselves, the ears believe other people.”

ପୁଣି ଥରେ ସାଙ୍ଗମା ହେବେ ମେଘାଳୟ ସିଏମ୍

ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ଏନ୍‌ପିପି ନେତା କନରାଡ୍‌ ସାଙ୍ଗମା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତା ମଙ୍ଗଳବାର ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ବେଳେ ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଜଣାପଡ଼ିଛି । ନିର୍ବାଚନ ପୂର୍ବରୁ କନରାଡ୍‌ ଦଳ ସହ ବିଜେପି ମଧ୍ୟରେ ମତଭେଦ ଉପୁଜି ମେଣ୍ଟ ଭାଙ୍ଗି ଯାଇଥିବା ବେଳେ ନିର୍ବାଚନ ପରେ ପୁଣି ଥରେ ବିଜେପି ସହ ସମ୍ପର୍କର ହାତ ବଢ଼ାଇଛି । ମେଘାଳୟରେ ମ୍ୟାଜିକ ନମ୍ବର ୩୨ଟି ଆବଶ୍ୟକ ଥିବା ବେଳେ କନରାଡଙ୍କ ପ୍ରତି ଆବଶ୍ୟକ ସଂଖ୍ୟାର ସମର୍ଥନ ଥିବା ଦାବି କରିଛନ୍ତି । କିନ୍ତୁ ତାଙ୍କୁ କେଉଁ କେଉଁ ଦଳ ସମର୍ଥନ କରୁଛନ୍ତି ସେ କହିବାକୁ ମନା କରିଦେଇଛନ୍ତି । ତେବେ ଗୁରୁବାର ସାଙ୍ଗମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ରାଜ୍ୟରେ ସରକାର ଗଠନ ପାଇଁ ବିଜେପିର ସହଯୋଗ ଲୋଡ଼ିଥିଲେ ।