The Topmost

“The eyes believe themselves, the ears believe other people.”

ପୁଣି ଥରେ ଭାରତର ଆଭିମୁଖ୍ୟ ରଖିଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କଥା ହେବା ବେଳେ ପ୍ରଧାନମନ୍ତ୍ରୀ ପୁଣି ଥରେ ଭାରତର ଆଭିମୁଖ୍ୟ ରଖିଛନ୍ତି । ଉଭୟ ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଛାଡ଼ି ଆଲୋଚନା ଟେବଲକୁ ଫେରିବା ଉଚିତ ବୋଲି ଭାରତ କହିଛି । ଏହା ସହ ଯୁଦ୍ଧ ନୁହେଁ ବରଂ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ବୋଲି ଭାରତ କହିଆସିଛି । ସେପଟେ ଜେଲେନ୍ସି କହିଛନ୍ତି ଯେ, ଶାନ୍ତି ସ୍ଥାପନ କରିବାରେ ଭାରତର ଭୂମିକା ରହିବ ବୋଲି ସେ ଆଶାବାଦୀ ଅଛନ୍ତି । ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ ଯୁଦ୍ଧ କେବେ ସରିବ, ଏଯାଏଁ କିଛି ସ୍ପଷ୍ଟ ହୋଇପାରୁ ନାହିଁ । ଉଭୟ ପକ୍ଷ ଏବେ ଆଲୋଚନାରୁ ମଧ୍ୟ ଦୂରେଇ ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ରୁଷ୍ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଏକାଧିକ ବାର କଥା ହୋଇ ସାରିଛନ୍ତି ।

SHARE BY