ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଛି ଏଫବିଆଇ । ଗତ ଥର ଏଫବିଆଇ ବାଇଡେନଙ୍କ ବିଲମିଙ୍ଗଟନସ୍ଥିତ ଘରେ ପଶିଥିବା ବେଳେ ଗତକାଲି ରେହୋବୋଥ ବିଚ୍ ହାଉସ୍ରେ ଥିବା ଘରେ ପଶି ଛାନଭିନ ଏଫିବିଆଇ । ମାତ୍ର ଏହି ଚଢ଼ାଉ ସମୟରେ କୌଣସି ଦସ୍ତାବିଜ କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଫବିଆଇକୁ ମିଳି ନ ଥିବା ଜଣାଯାଇଛି । ଚଢ଼ାଉ ସମୟରେ ବାଇଡେନ ଘରେ ଉପସ୍ଥିତ ନ ଥିଲେ । କିନ୍ତୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବାଇଡେନଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଓକିଲଙ୍କ କହିବାନୁଯାୟୀ, ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ଏଫବିଆଇ ଟିମ୍ ଗତକାଲି ରାଷ୍ଟ୍ରପତିଙ୍କ ଘରେ ଗୋପନୀୟ ଦସ୍ତାବିଜ ସମ୍ବନ୍ଧିୟ ଯାଞ୍ଚ କରିଥିଲା। ଏହାପୂର୍ବରୁ ଜାନୁଆରୀ ୨୦ରେ ରାଷ୍ଟ୍ରପତିଙ୍କ ବିଲମିଙ୍ଗଟନ ଘରେ ୧୩ ଘଣ୍ଟା ପର୍ଯ୍ୟନ୍ତ ଛାନଭିନ ହୋଇଥିଲା।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ