ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ଇମ୍ରାନ । ଆସନ୍ତାକାଲି ଏହି ମାମଲାର ତଦନ୍ତରେ ସାମିଲ ହେବାକୁ ଯାଉଥିବାବେଳେ ତାଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଏପରିକି ତାଙ୍କର ଗିରଫ ସମ୍ଭାବନା ୮୦ ପ୍ରତିଶତ ରହିଛି ବୋଲି ସେ ଆଶଙ୍କା କରିଛନ୍ତି । ସେ କହିଛନ୍ତି- ଅଲ କାଦିର ଟ୍ରଷ୍ଟ ମାମଲାକୁ ରାଜନୀତିକରଣ କରାଯାଇ ତାଙ୍କୁ ଟାର୍ଗେଟ କରାଯାଇଛି । ଆସନ୍ତା ନିର୍ବାଚନରେ ଶାସକ ଦଳ ପରାସ୍ତ ହେବା ଆଶଙ୍କା ଥିବାରୁ ସରକାର ତାଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପାକିସ୍ତାନ ତେହରିକ ଇ ଇନସାଫର ୧୦ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିଚାର ମିଲିଟାରୀ କୋର୍ଟରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ