ପୁଣି ଡରାଇଲାଣି ଡେଙ୍ଗୁ । ତେବେ ଏ ବର୍ଷ ଟେଷ୍ଟିଂ ବଢ଼ିଥିବା ବେଳେ ପଜଟିଭ୍ ସଂଖ୍ୟା କମ୍ ରହିଛି । ମୋଟ୍ ୧୬ ଜିଲ୍ଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୯୬, ଯାଜପୁରରେ ୧୨, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୪୬୪ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ୧୮୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ୫ ହଜାର ୯୮୧ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୫୩ ଜଣ ପଜିଟିଭ ବାହାରିଥିଲେ । ଯାହା ଏବର୍ଷ ବହୁତ୍ କମ ଅଛି । ଏଡିସ ମଶା ଯୋଗୁ ଡେଙ୍ଗୁ ବ୍ୟାପୁଥିବା ବେଳେ ସାଧାରଣତଃ ସକାଳ ଓ ସଂଧ୍ୟାରେ ଏହି ମଶା କାମୁଡ଼ନ୍ତି । କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ହସ୍ପିଟାଲରେ ଡେଙ୍ଗୁରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା