ନୂଆପଡ଼ା ଜିଲ୍ଲାର ଚନ୍ଦ୍ରପୁର ମଧୁକପଡା ଗ୍ରାମ ନିକଟ ଜଙ୍ଗଲରେ ପୁଣି ଠାବ ହେଲା ମହାବଳ ବାଘର ପାଦଚିହ୍ନ । କିଛି ଦିନ ତଳେ ମହାବଳ ମୁନିଗୁଡା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇବା ପରେ ମହାବଳ ଗତିବିଧି ଉପରେ ନଜର ରଖିଛି ଜିଲ୍ଲା ବନ ବିଭାଗ । ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ ମଧ୍ୟ କରୁଛି ବନ ବିଭାଗ । ମହାବଳ ପୁଣି ଏବେ ଯିବା ବାଟରେ ଫେରୁଥିବା ନଜିର ରହୁଛି । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ଦେଖି ନଥିବା ବେଳେ ପାଦଚିହ୍ନ ଠାବ କରି ନଜର ରଖୁଛି ବନ ବିଭାଗ । ଆଜି ଗୁଡାରି ଓ ଚନ୍ଦ୍ରପୁର ସିମାନ୍ତରେ ବାଘଟି ରହିଥିବାରୁ ବର୍ତ୍ତମାନ ପୁଣି ବାଘଟି ଯିବା ବାଟରେ ଫେରୁଥିବା ଅନୁମାନ କରାଯାଉଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍