The Topmost

“The eyes believe themselves, the ears believe other people.”

ପୁଣି ଟ୍ବିଟରରେ ମସ୍କଙ୍କ ସର୍ଭେ

ଖରାପ ସମୟ ଦେଇ ଗତି କରୁଛନ୍ତି ଏଲନ୍ ମସ୍କ । ଟ୍ୱିଟର ଏବଂ ତାଙ୍କ ଇଲେକ୍‌ଟ୍ରିକ୍‌ କାର କମ୍ପାନୀ ଟେସଲାର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏଲନ୍‌ ମସ୍କ ଏବଂ ଟ୍ବିଟରକୁ ନେଇ ଚାଲିଥିବା ହାଇଡ୍ରାମା ମଧ୍ୟରେ ମସ୍କ ପୁଣି ଟ୍ବିଟରରେ ଏକ ସର୍ଭେ କରିଥିଲେ । ସେ ଟ୍ବିଟର ମୁଖ୍ୟ ରହିବେ ନା ନାହିଁ ୟୁଜରଙ୍କୁ ପ୍ରଶ୍ନ କରିଥିଲେ । ମସ୍କ ନିଜର ଟ୍ବିଟର ହାଣ୍ଡେଲକୁ ଯାଇ ଉପଭୋକ୍ତାମାନଙ୍କୁ ପଚାରିଥିଲେ ଯେ, ସେ କମ୍ପାନିର ମୁଖ୍ୟ ପଦରୁ ଇସ୍ତଫା ଦେବା ଉଚିତ କି ନୁହେଁ ? ଏବଂ ହଁ-ନା ବିକଳ୍ପ ସହିତ ଏକ ମତାମତ ପୋଲ୍‌ ବା ସର୍ଭେ ସୃଷ୍ଟି କରି ଟ୍ବିଟର ବ୍ୟବହାରଙ୍କୁ ମତଦାନ କରିବାକୁ କହିଥିଲେ । ୧.୭ କୋଟିରୁ ଉର୍ଦ୍ଧ୍ବ ଟ୍ବିଟର ଉପଭୋକ୍ତା ଏହି ସର୍ଭେରେ ସେମାନଙ୍କର ମତାମତ ଦେଇଥିଲେ । ପ୍ରାୟ ୫୭.୫ ପ୍ରତିଶତ ଟ୍ବିଟର ଉପଭୋକ୍ତା ମସ୍କଙ୍କ ପଦ ଛାଡିବା ନେଇ ମତ ଦେଇଥିବା ବେଳେ ୪୨.୫ ପ୍ରତିଶତ ତଥାପି ଚାହୁଁଛନ୍ତି ଯେ ସେ କମ୍ପାନିର ମୁଖ୍ୟ ରୁହନ୍ତୁ ।