କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା । କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ । ମହିଳା କୃଷକମାନଙ୍କୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସ୍ୱାଗତ କରିବା ସହ ସେମାନଙ୍କ ସହ ବସି ଆଲୋଚନା ମଧ୍ୟ କରିଥିଲେ । ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମହିଳା କୃଷକଙ୍କ ସହ ମଉଜ-ମଜଲିସ୍ କରିଥିଲେ। ମହିଳା କୃଷକମାନେ ସୋନିଆ ଗାନ୍ଧୀଙ୍କ ସହ ବସି ଖାଦ୍ୟ ଖାଇଥିଲେ ଏବଂ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ। ଏହି ସମୟରେ ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ, ‘ଏବେ ରାହୁଲଙ୍କ ବିବାହ କରିଦିଅନ୍ତୁ’ ବୋଲି ଚୁପ୍ ଚୁପ୍ କହିଥିଲେ। ଯେତେବେଳେ ମହିଳା କୃଷକ ରାହୁଲଙ୍କ ବିବାହ ବିଷୟରେ କହିଥିଲେ, ସେତେବେଳେ ସୋନିଆ ଗାନ୍ଧୀ ତୁରନ୍ତ କହିଥିଲେ ଯେ ଆପଣ ରାହୁଲଙ୍କ ପାଇଁ ଝିଅଟିଏ ତ ଖୋଜିଦିଅନ୍ତୁ । ଆପଣ ଝିଅ ଖୋଜିଦିଅନ୍ତୁ, ତାପରେ ବିବାହ କରାଇଦେବା । ସୋନିଆ ଗାନ୍ଧୀ ଏହା କହିବା ମାତ୍ରେ ସେଠାରେ ବସିଥିବା ଅନ୍ୟ ସମସ୍ତ ମହିଳା ହସିବାକୁ ଲାଗିଲେ। ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତର ଦେଇ କହିଥିଲେ ଯେ ‘ବିବାହ ହେବ’।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ