ପୁଣି ଜାତୀୟସ୍ତରରେ ସୁନାମ ଆଣିଲା ଓଡ଼ିଶା । ଯୋଜନାର ସଫଳ କାର୍ଯ୍ୟନ୍ବୟନ, ତୃଣମୂଳସ୍ତରରେ କାର୍ଯ୍ୟକାରିତାରେ ଓଡ଼ିଶାକୁ ପ୍ରଶଂସା । ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ନିରନ୍ତର ଭାବେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ସାମଗ୍ରିକ ବର୍ଗର ଡେଲଟା ରାଙ୍କିଙ୍ଗରେ ରାୟଗଡ଼ା ଜିଲ୍ଲା ଭଲ ପ୍ରଦର୍ଶନ କରିଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନ, ଭିତ୍ତିଭୂମି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି ୫ଟି ମାନଦଣ୍ଡକୁ ନେଇ ଏହି ସାମଗ୍ରିକ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏଥିରେ ରାୟଗଡ଼ା ପୂରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ନୂଆପଡ଼ା । ରାଜ୍ୟରେ ଫାଇଭ-ଟି ଉପକ୍ରମର ସଫଳ ଅନୁପାଳନ ଯୋଗୁଁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଓଡ଼ିଶାର ସାମିଲ ୧୦ ଜିଲ୍ଲା କ୍ରମାଗତ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଗତ ସେପ୍ଟେମ୍ବରରେ ସାମଗ୍ରିକ ରାଙ୍କିଙ୍ଗରେ ଢେଙ୍କାନାଳ ଦେଶରେ ଚତୁର୍ଥ ସ୍ଥାନ, ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଦ୍ବିତୀୟ ଓ କନ୍ଧମାଳ ତୃତୀୟ ସ୍ଥାନ ଦଖଲ କରିଥିଲା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ