ପୁଣି ଥରେ ଚାଷୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାୟତ। ଆସନ୍ତା ଜାନୁଆରୀ ୨୬ରେ ସାରା ଦେଶରେ ଚାଲିବ ଟ୍ରାକ୍ଟର ରାଲି । ବଠିଣ୍ଡାରେ ଏକ ସମାବେଶରେ ରାକେଶ ଟିକାଏତ କହିଛନ୍ତି, ଜାନୁଆରୀ ୨୬ରେ ହରିୟାଣାର ଜିନ୍ଦରେ ଏକ ବଡ଼ ପଞ୍ଚାୟତ ବସିବ । କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି ସେ କହିଛନ୍ତି, ସରକାର ଦେଶର ଲୋକଙ୍କୁ ନିଯୁକ୍ତି ଦେଇ ନାହାଁନ୍ତି । ତେଣୁ ଏହାକୁ ଦେଖାଇବା ପାଇଁ ଅଗ୍ନିବୀର ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଦେଶର ଲୋକଙ୍କୁ ପ୍ରତାରଣା କରୁଛନ୍ତି । ପ୍ରତ୍ୟେକ ବିଭାଗ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଦେଶର ଛୋଟ ଛୋଟ ଦୋକାନୀ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଅଛନ୍ତି । ରାଲିରେ ଶହ ଶହ ଟ୍ରାକ୍ଟର ଭାଗ ନେବା ସହ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରାଯିବା । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ବାଧା ଦିଆଯିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି । ଭାରତୀୟ କୃଷକ ସଂଘକୁ ଭାଙ୍ଗିବା ଲାଗି ବିଜେପି ସରକାର କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ ବୋଲି ଚାଷୀନେତାମାନେ ଧମକ ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍