ଲକ୍ଷ୍ନୌ: ଫେବୃଆରୀ ୨୩: ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଥାନ୍ତି । କିଏ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ଆସନ୍ତି ତ କିଏ ନିଜ ଷ୍ଟାଇଲକୁ ନେଇ ଲାଇମ ଲାଇଟକୁ ଆସନ୍ତି । ତେବେ ଏହି ଷ୍ଟାଇଲର ନିଶା ଯେ କେବଳ ୟଙ୍ଗଷ୍ଟରଙ୍କୁ ଘାରିଥାଏ ତାହା ନୁହେଁ ବରଂ ଏହି ନିଶା ସେଲିବ୍ରିଟି, ସାଧାରଣ ଜନତା ସର୍ବୋପରି ସରକାରୀ ବାବୁ ଓ ବାବୁଆଣୀଙ୍କୁ ମଧ୍ୟ ଘାରିପାରେ । ତେବେ ଏହି ପରି ଜଣେ ସରକାରୀ ଅଫିସର ବର୍ତ୍ତମାନ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି । ତାଙ୍କ ଲୁକ୍ ଓ ଡ୍ରେସିଂ ସେନ୍ସ ତାଙ୍କୁ ଇଣ୍ଟରନେଟରେ ଭାଇରାଲ କରିଛି । ନିକଟରେ ଜଣେ ପୋଲିଂ ଅଧିକାରୀଙ୍କର ୟେଲ୍ଲୋ ସାଢୀ ପିନ୍ଧା ଫଟୋ ଭାଇରାଲ ହୋଇଥିଲା । ତେବେ ଆଜି ଲକ୍ଷ୍ନୌ ସିଟ୍ରେ ଭୋଟ୍ ହେବ। ଆଉ ଲକ୍ଷ୍ନୌ ମୋହନଲାଲଗଞ୍ଜ ବୁଥ୍ର ଦାୟିତ୍ୱ ମିଳିଛି ସେହି ହଳଦିଆ ଶାଢ଼ି ପିନ୍ଧିଥିବା ଅଧିକାରୀ ରୀନା ଦିୱେଦିଙ୍କୁ। ହେଲେ ଏଥର ରୀନାଙ୍କ ଗେଟଅପ୍ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତଥର ଶାଢ଼ିରେ ଇଣ୍ଟରନେଟ ସେନସେଶନ ସାଜିଥିବା ରୀନା ଚଳିତ ନିର୍ବାଚନରେ ନଜର ଆସିଛନ୍ତି ପୁରା ମଡର୍ଣ େୱଷ୍ଟର୍ଣ ୱିୟରରେ ।
http://YELLOW SAREE TO BLACK TEE, POLING OFFICER Reena Dwivedi ON TREND
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ