ନିର୍ବାଚନ ପାଖଉଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି । ଏହାରି ଭିତରେ ପୁଣି ରାହୁଲଙ୍କ 2ଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଗୋଟିଏ ଛତିଶଗଡର ଚାଷ ଜମିରେ । ଅନ୍ୟଟି କେଦାରନାଥରେ ମୌନି ବାବାଙ୍କ ନିକଟରେ । ଛତିଶଗଡରେ ନିର୍ବାଚନ ଚାଲିଛି । କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ କଠିଆ ନାମକ ଏକ ଗାଁକୁ ଯାଇଥିଲେ । ଯେଉଁଠି ଚାଷୀ ଜମିରେ ଚାଷ ଅମଳ କରୁଥିଲେ । ଆଉ ଧାନ କିପରି କଟାଯାଉଛି ଦେଖିଥିଲେ । ବିଲରେ ଚାଷୀଙ୍କ ସହ ଥିବା ବେଳେ ନିଜେ ମଧ୍ୟ ମୁଣ୍ଡରେ ଠେକା ଭିଡିଥିଲେ । ଏହି ସମୟରେ ଛତିଶଗଡର ବାଘେଲ ସରକାର ସମୟରେ ଚାଷୀ ଉପକୃତ ହୋଇଥିବା କଥା କହିଥିଲେ । ଫସଲର ସଂପୂର୍ଣ୍ଣ ମୂଲ୍ୟ ଏବଂ ଆର୍ଥିକ ସହାୟତା ସେମାନଙ୍କ ଜୀବନରେ ପରିବର୍ତନ ଆଣିଛି ବୋଲି ଚାଷୀ କହିଥିଲେ ବୋଲି ଜଣାପଡିଛି । ସେହିପରି ଅନ୍ୟଟି ହେଉଛି କେଦାରନାଥର ମୌନି ବାବାଙ୍କର । ମୌନୀ ବାବା ଦୀର୍ଘ ୧୧ ବର୍ଷ ହେବ ମୌନ ରହିଛନ୍ତି । ରାହୁଲ ଗାନ୍ଧୀ ବେକରେ ମାଳ ଓ ମଥାରେ ଚନ୍ଦନ ଲଗାଇ ବାବାଙ୍କ ନିକଟରେ ବସିଛନ୍ତି । ଏହି ସମୟରେ ମୋବାଇଲ ଖୋଲି ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ଦେଖାଉଛନ୍ତି । ମୌନୀ ବାବା ଏହାପରେ ଆଶୀର୍ବାଦ ଦେଉଛନ୍ତି । ଆଗକୁ ସାଧାରଣ ନିର୍ବାଚନ ରହିଛି । ବିଜେପି ହିନ୍ଦୁ ଭୋଟରଙ୍କୁ ପୁଞ୍ଜି କରିଥିବା ବେଳେ କଂଗ୍ରେସ ମଧ୍ୟ ହିନ୍ଦୁ ଭୋଟରଙ୍କୁ ନିଜ ଆଡକୁ ନେବାକୁ ଜୋରଦାର ପ୍ରୟାସ କରୁଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ବାବାଙ୍କ ସହ ଭେଟଘାଟ ଭିନ୍ନ ଚର୍ଚ୍ଚା ବଢାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍