ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ବିରୋଧୀମାନେ ଏହାକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଛି । ରାଜନୀତି ପାଇଁ ସରକାର ଏଭଳି କରୁଥିବା କିଛି ବିରୋଧୀମାନେ ମଧ୍ୟ କହୁଛନ୍ତି । ତେବେ ଏହି କ୍ରମରେ ପୁଣିଥରେ ସାମିଲ ହୋଇଛନ୍ତି ଉଦୟନିଧୀ ଷ୍ଟାଲିନ୍ । ରାମ ମନ୍ଦିରକୁ ନେଇ ସେ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମସଜିଦ୍ ଭାଙ୍ଗି ନିର୍ମାଣ ହୋଇଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ଦଳ କୌଣସି ମନ୍ଦିରକୁ ବିରୋଧ କରିନାହିଁ । ମାତ୍ର ମସଜିଦକୁ ଭାଙ୍ଗି ତିଆରି କରାଯାଉଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ନେତାମାନେ ପୂର୍ବରୁ ମଧ୍ୟ କହିଛନ୍ତି କି, ଧର୍ମ ଏବଂ ରାଜନୀତିକୁ ମିଶାଅ ନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ