The Topmost

“The eyes believe themselves, the ears believe other people.”

ପୁଣି ଗୃହବନ୍ଦୀ ହେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି

ପୁଣି ଗୃହବନ୍ଦୀ ହେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ଏନେଇ ସେ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହାସହ ପୁଣିଥରେ କାଶ୍ମୀର ପଣ୍ଡିତଙ୍କ ସ୍ଥିତିକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମୁଫ୍ତି ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର କାଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ଆହୁରି ତଳକୁ ନେଇଯିବାକୁ ଚାହୁଁଛନ୍ତି । ସରକାରଙ୍କ କଠୋର ନୀତି ପରେ ବି ଯେଉଁମାନେ ଘାଟି ଛାଡି ଯାଇ ନାହାଁନ୍ତି ସେମାନଙ୍କୁ ବାଛି ବାଛି ହତ୍ୟା କରାଯାଉଛି । ହେଲେ ଏହା ବିରୋଧରେ ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ସରକାର ତାଙ୍କର ଶତ୍ରୁ ବୋଲି ଭାବୁଛନ୍ତି । ଏହି କାରଣରୁ ମୋତେ ଗୃହବନ୍ଦୀ କରାଯାଇଛି ବୋଲି ମୁଫ୍ତି ଲେଖିଛନ୍ତି ।