ଅଗଷ୍ଟ ୧୬ ରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂ । ଏହି ଡ୍ରାଇଭ୍ ଦୁଇ ସପ୍ତାହ ଧରି ଚାଲିବ । ଦିନକୁ ଦିନ ଦୁର୍ଘଟଣା ଜନିତ ମାମଲା ବଢୁଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାରେ ବିଶେଷ ଭାବେ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧୁ ନ ଥିବାର ଦେଖିବାକୁ ମିଳିଛି । ଏହି ସ୍ୱତନ୍ତ୍ର ଡ୍ରାଇଭରେ ଏଭଳି ଯାତ୍ରୀଙ୍କ ସମେତ ତିନି ଜଣିଆ ଯାତ୍ରୀ ଓ ନାବାଳକ ଡ୍ରାଇଭରଙ୍କୁ ମଧ୍ୟ ଦଣ୍ଡିତ କରାଯିବ । ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ବିନା ହେଲମେଟରେ ଗାଡି ଚଳାଇଲେ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଯଦି ବସିଥିବା ଲୋକ ହେଲମେଟ ପିନ୍ଧି ନାହାନ୍ତି ତେବେ ଡ୍ରାଇଭରଙ୍କ ଲାଇସେନ୍ସ ତିନି ମାସ ପାଇଁ ବାତିଲ ହେବା ସହିତ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସୂଚନା ଦେଇଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍