ଦକ୍ଷିଣ ଚୀନ ସାଗରରେ ପୁଣି ଆମେରିକା-ଚୀନ ମୁହାଁମୁହିଁ । ଆମେରିକାର ଏକ ଯୁଦ୍ଧ ବିମାନ ନିୟମିତ ସମରାଭ୍ୟାସ କରୁଥିବାବେଳେ ଏହାର ୧୦ ଫୁଟ ନିକଟକୁ ଚୀନର ଏକ ଯୁଦ୍ଧ ବିମାନ ଚାଲିଆସିଥିଲା ବୋଲି ଅଭିଯୋଗ କରିଛି ଆମେରିକା । ଦକ୍ଷିଣ ଚୀନ ସାଗରର ଆନ୍ତର୍ଜାତୀକ ଏୟାରସ୍ପେସରେ ଏହି ସମରାଭ୍ୟାସ ଚାଲିଥିବାବେଳେ ଚୀନ ବେଆଇନ ଭାବେ ତାହା ନିକଟକୁ ଚାଲିଆସିଥିଲା ବୋଲି ଅଭିଯୋଗ କରିଛି ଆମେରିକାର ମିଲିଟାରୀ । ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ କହିଛି- ଗତ ଅକ୍ଟୋବର ୨୪ ତାରିଖରେ ଆମେରିକାର ବି-୫୨ ବମ୍ବର ନିକଟକୁ ଚାଲିଆସିଥିଲା ଚୀନର ଜେ-୧୧ ଜେଟ । ଦୁଇଟି ବିମାନ ମଧ୍ୟରେ ଧକ୍କା କରିବା ଲାଗି ଚୀନର ଜେଟ ଚାଳକ ଉଦ୍ୟମ କରିଥିଲେ । ତେବେ ଶେଷ ମୁହୂର୍ତ୍ତରେ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା । ଗତ ବର୍ଷଠାରୁ ବର୍ତ୍ତମାନ ଯାଏ ଏହି ଧରଣର ୧୫ଟି ଘଟଣା ଘଟିଲାଣି ବୋଲି ଏକ ରିପୋର୍ଟ ଜାରି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ସେପଟେ ତିନିଦିନିଆ ଗସ୍ତରେ ଯାଇ ଓ୍ବାଶିଂଟନରେ ପହଞ୍ଚିଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବି ।
“The eyes believe themselves, the ears believe other people.”
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ