ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହର ଫିଲ୍ମ ଇଣ୍ଡଷ୍ଟ୍ରୀରେ ନୂଆ ନୂଆ ଚେହେରାଙ୍କୁ ସୁଯୋଗ ଦେଉଛନ୍ତି । ସେ ଏପର୍ଯ୍ୟନ୍ତ ଅନେକ ଷ୍ଟାରକିଡ୍ଙ୍କୁ ଲଞ୍ଚ୍ କରିଛନ୍ତି । ଆଉ ଏବେ ଶନାୟା କପୁରଙ୍କ ଡେବୁ୍ୟର ସମୟ ଆସିଯାଇଛି । ଅଭିନେତା ସଞ୍ଜୟ କପୁର ଏବଂ ମହୀପ କପୁରଙ୍କ ତନୟା ହେଉଛନ୍ତି ଶନାୟା । ନୂଆ ଫିଲ୍ମ ବେଧଡକ୍ରେ କରଣ ଜୋହର ଶନାୟାଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି । ଏହାର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଶନାୟାଙ୍କ ଚରିତ୍ରର ନାମ ନିମରିତ ହେବ । ଏଥିସହ ଏଥିରେ ଶନାୟା ମୁଖ୍ୟ ଭୂମିକାରେ ନଜର ଆସିବେ । ରିଲିଜ୍ ପୋଷ୍ଟରରେ ଶନାୟା ବହୁତ ବୋଲï ଏବଂ ଗ୍ଲାମରସ ଦେଖାଯାଉଛନ୍ତି । ଶନାୟା ନିଜେ ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ଧର୍ମା ପରିବାରରେ ଯୋଡ଼ି ହୋଇ ସେ ବହୁତ ଖୁସି ଅଛନ୍ତି । ଏହାକୁ ଶଶାଙ୍କ ଖୈତାନ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଯାତ୍ରାକୁ ଆରମ୍ଭ କରି ଉତ୍ସାହିତ ଅଛନ୍ତି । ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ଜରୁରୀ ।’ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଶନାୟା ଟ୍ରେନିଂ ନେଇଛନ୍ତି । ଏଥିସହ ଶନାୟା ଭଉଣୀ ଜାହ୍ନବୀ କପୁରଙ୍କ ଫିଲ୍ମ ଗୁଞ୍ଜନ ସକ୍ସେନାରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଏପର୍ଯ୍ୟନ୍ତ କ୍ୟାମେରା ପଛରେ କାମ କରୁଥିବା ଶନାୟା ଏବେ କ୍ୟାମେରା ସାମ୍ନାକୁ ଆସିବେ ଏବଂ ବଡ଼ ପରଦାରେ ଧମାଲ କରିବେ ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..