ୟୁକ୍ରେନ ଉପରେ ଋଷର ମିସାଇଲ ମାଡ । ପୁଟିନଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଋଷ ସେନା ୟୁକ୍ରେନ ଉପରେ ଭୀଷଣ ଆକ୍ରମଣ ଜାରି ରଖିବା ସହ ୬୦ ମିସାଇଲ ମାଡ କରିଛି । ୟୁରି ଇନହାଟ ୟୁକ୍ରେନ ଟିଭି ଚ୍ୟାନେଲକୁ କହିଛନ୍ତି ଯେ, ଏତେବେଳ ଯାଏ ସ୍ପଷ୍ଟ ହୋଇନାହିଁ ଯେ ୟୁକ୍ରେନ ସେନା ଏଥିରୁ କେତୋଟି ମିସାଇଲ ନଷ୍ଟ କରିଛି । ତେବେକିଛି ଅଧିକାରୀ କହିଛନ୍ତି, କିଛି ମିସାଇଲକୁ ସଫଳତାପୂର୍ଣ୍ଣ ନଷ୍ଟ କରିଦିଆଯାଇଛି । ୟୁକ୍ରେନର ଅଧିକାରୀ ସର୍ବନିମ୍ନ ୪ଟି ସହରରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ