ଋଷ ରାଷ୍ଟ୍ରପତିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରିକଲେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ । ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍ । ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । ଏଥିସହ ଋଷିଆର ଶିଶୁ ଅଧିକାର କମିଶନରଙ୍କୁ ମଧ୍ୟ ଗିରଫ କରିବା ପାଇଁ ଆଦେଶ ଦେଇଛନ୍ତି । ସେପଟେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଯୁଦ୍ଧ ବୋଲି କହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଋଷ । ଏହା ଏକ ଯୁଦ୍ଧ ନୁହେଁ ବରଂ ୟୁକ୍ରେନ ଋଷ ବିରୋଧରେ ନେଇଥିବା ବିଭିନ୍ନ ପଦକ୍ଷେପର ଜବାବ ଦିଆଯାଇଛି ବୋଲି କହିଛନ୍ତି । ଋଷ ଆକ୍ରମଣ କରିବା ପରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡି ଯାଇଛି । ଏହାକୁ ଓ୍ବାର କ୍ରାଇମ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ